ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆକୁ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା । ସିଡନୀରେ ଖାଇବାକୁ ଥଣ୍ଡା ସ୍ୟାଣ୍ଡୱିଚ୍ ଦିଆଯାଇଥିବାର ଅଭିଯୋଗ ଆଣିଛି ବିସିସିଆଇ । କୌଣସି ଆନୁସଙ୍ଗିକ ସୁବିଧା ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି । ଟିମ୍ ଇଣ୍ଡିଆ ରହୁଥିବା ହୋଟେଲ ଠାରୁ ପ୍ରାୟ ୪୨ କିଲୋମିଟର ଦୂରରେ ଅଭ୍ୟାସ ପାଇଁ ଫିଲ୍ଡ ଦିଆଯାଇଥିଲା । ମ୍ୟାଚ ପୂର୍ବରୁ ଏତେ ଦୂରକୁ ଯାଇ ଅଭ୍ୟାସ କରିବା ସମ୍ଭବ ନୁହେଁ ବୋଲି କହି ଅଭ୍ୟାସ କରିବାକୁ ଯାଇନଥିଲେ ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିବା ପରେ ଆସନ୍ତାକାଲି(ଅକ୍ଟୋବର ୨୭) ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ।
ମଙ୍ଗଳବାର ଦିନ ପ୍ରାକ୍ଟିସ୍ ସେସନ୍ ସରିବା ପରେ ଟିମ୍ ଇଣ୍ଡିଆକୁ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ଭଲ ନଥିଲା। ଟିମ୍‌କୁ କେବଳ ସ୍ୟାଣ୍ଡ୍‌ୱିଚ୍ ଦିଆଯାଇଥିଲା, ତା’ବି ପୁଣି ଥଣ୍ଡା ଥିଲା। ଫଳରେ କିଛି ଖେଳାଳି ଖାଇବା ଫେରାଇ ଦେଇଥିଲେ ବୋଲି ଜଣାପଡ଼ିଛି। ପ୍ରାକ୍ଟିସ୍ ସେସନ୍ ପରେ ମେନ୍ୟୁରେ ସବୁ ଟିମ୍‌କୁ ସମାନ ଖାଦ୍ୟ ପରଷା ଯାଇଥାଏ। ହେଲେ ଭାରତୀୟ କ୍ରିକେଟ୍ ଟିମ୍‌କୁ ଗରମ ଖାଦ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଈଉଉଓ ସୂତ୍ର ଅନୁସାରେ, ପ୍ରାକ୍ଟିସ୍ ସେସନ୍ ପରେ ଖେଳାଳିଙ୍କୁ ଗରମ ଖାଦ୍ୟ ଦିଆଯିବା ଅତ୍ୟନ୍ତ ଜରୁରୀ।

LEAVE A REPLY

Please enter your comment!
Please enter your name here