ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ୬ଘଣ୍ଟିଆ ଖଇରା ବନ୍ଦ । ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ଖଇରା ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖାଯାଇଛି । ସେହିପରି ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନାଗରିକ ମଞ୍ଚ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ୨ ମାସ ପୂରିବାକୁ ବସିଲାଣି । କିନ୍ତୁ ଏବେ ବି ନ୍ୟାୟ ପାଇଁ ନିରୁପାୟ ଅଛନ୍ତି ପରିବାର ଲୋକେ । ଏହି ଘଟଣାରେ ତଦନ୍ତ ପକ୍ରୀୟା ନଆଗେଇବା ଏବଂ ଦୋଷୀ ଚିହ୍ନଟ ନହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।

LEAVE A REPLY

Please enter your comment!
Please enter your name here