ପ୍ରଥମେ ଜୁମ୍ ଆପ୍ ଆଉ ଏବେ ୟୁଟ୍ୟୁବରେ ଅନଲାଇନ୍ କ୍ଲାସର ଆୟୋଜନ କରିଛନ୍ତି ରାଜ୍ୟ ସରକାର । କରୋନା କାଳରେ ଛାତ୍ରଛାତ୍ରୀ କେମିତି ସୁରକ୍ଷିତ ରହି ପାଠ ପଢିବେ ସେ ନେଇ ସରକାର ୟୁଟ୍ୟୁବ ଷ୍ଟ୍ରିମିଂ ଜରିଆରେ ଆରମ୍ଭ କରିଛନ୍ତି କ୍ଲାସ । ଯେଉଁମାନେ ସହରରେ ରହୁଛନ୍ତି ସେମାନେ ସୋଫା ଉପରେ ବସି ଅନଲାଇନ୍ କ୍ଲାସରେ ସାମିଲ ହେଉଛନ୍ତି । କିନ୍ତୁ କେବେ ଦୁର୍ଗମଅଞ୍ଚଳର ପିଲାଙ୍କ କଥା ସରକାର ଭାବିଛନ୍ତି କି । ନେଟୱାର୍କ ନଥିବା ଅଞ୍ଚଳରେ କେମିତି ପାଠ ପଢିବେ ପିଲା? । ଏମିତି କିଛି ସ୍ଥାନ ଅଛି ଯେଉଁଠି କିଛି ଗରିବ ପିଲାଙ୍କ ପାଖରେ ମୋବାଇଲ ନାହିଁ, ସେମାନଙ୍କ ପାଠପଢାରେ ଡୋରୀ ପଡିଲାଣି । ଆଉ ଯାହା ପାଖରେ ବି ମୋବାଇଲଟିଏ ଅଛି ଗାଁରେ ନେଟୱାର୍କର ଅଭାବ । ଫଳରେ ଏବେ ସାମ୍ନାକୁ ଆସୁଛି ପାଠପଢାର ବିକଳ ଚିତ୍ର । ନେଟୱାର୍କ ପାଇଁ କିଏ ରାସ୍ତା କଡରେ ବସି ପାଠ ପଢୁଛି ତ ପୁଣି କିଏ ଗଛ ମୂଳରେ ମୁଣ୍ଡ ଉପରେ ଛତା ଦେଇ ପାଠ ପଢୁଛି । କୋରାପୁଟ ଜିଲ୍ଲାର ଏ ଚିତ୍ର । ଏ ଚିତ୍ର ସରକାରୀ ବ୍ୟବସ୍ଥାକୁ ଉପହାସ କରୁନି କି ।

LEAVE A REPLY

Please enter your comment!
Please enter your name here