ଗ୍ରୀନ୍ କରିଡର ମାଧ୍ୟମରେ ଜଣେ ଗୁରୁତର ରୋଗୀଙ୍କୁ ନୟାପଲ୍ଲୀ ହେଲ୍‌ଥ ଭିଲେଜ ହସ୍ପିଟାଲରୁ ଏୟାରପୋର୍ଟକୁ ନିଆଯିବ । ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବଦକୁ ନିଆଯିବ ଗୁରୁତର ରୋଗୀଙ୍କୁ । ପୁରୀର ସମ୍ପୃକ୍ତ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯିବ । ସମ୍ପୃକ୍ତ ରୋଗୀ କରୋନାରୁ ସୁସ୍ଥ ହେବାପରେ ସଙ୍କ୍ରମଣ ବଢିଥିଲା । ଫୁସଫୁସରେ ସଙ୍କ୍ରମଣ ହେବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପୃକ୍ତ ରୋଗୀଙ୍କର ଭୁବନେଶ୍ୱରରେ କୃତ୍ରିମ ଫୁସ୍ ଫୁସ୍ ଲାଗିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲକୁ ନିଆଯିବ । ହାଇଦ୍ରାବାଦରେ ମଧ୍ୟ ଗ୍ରୀନ କରିଡର ବ୍ୟବସ୍ଥା କରିଛି ସେଠାକାର ପୋଲିସ । ଆଇଆରସି ଭିଲେଜରୁ ପ୍ରଥମେ ଜୟଦେବ ବିହାର ଯିବ ଆମ୍ବୁଲାନ୍ସ । ଜୟଦେବ ବିହାର ଠାରୁ ପାଲ୍ ହାଇଟ୍ସ ରାସ୍ତାରେ ୟୁଟର୍ଣ୍ଣ କରିବ ଆମ୍ବୁଲାନ୍ସ । ଏବଂ ସେଠାରୁ ସିଧାସଳଖ ଏୟାରପୋର୍ଟ ଯିବ ।

LEAVE A REPLY

Please enter your comment!
Please enter your name here