ଆଜି ମହାମାୟାଙ୍କ ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀର ମହାଅବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଧାତ୍ରୀ ମା’ ଦୁର୍ଗା । ଅଧିବାସ ଓ ବେଲ ବରଣୀ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ । ପରମ୍ପରା ଓ ରୀତିନୀତି ଅନୁସାରେ, କଟକ ସହରର ସମସ୍ତ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି କରୋନା ପାଇଁ ଏଥର ନାହିଁ ଭକ୍ତଙ୍କ ଗହଳିଚହଳି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ଶହ ଶହ ବର୍ଷର ପରମ୍ପରା । କଟକବାସୀଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଥିବାରୁ ଟେଲିଭିଜନ ଓ ମୋବାଇଲ ମାଧ୍ୟମରେ ଦର୍ଶନର ବ୍ୟବସ୍ଥା କରାଯାଉଛି । ଚଳିତବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୂପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ଦଶଭୂଜା ଓ ପାଶ୍ୱର୍ ଦେବାଦେବୀ । ଭୁବନେଶ୍ୱରରେ ମଧ୍ୟ ନିରାଡମ୍ବରରେ ପୂଜା ଚାଲିଛି ।

LEAVE A REPLY

Please enter your comment!
Please enter your name here