ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି 40 ପ୍ରତିଶତ ପ୍ରାର୍ଥୀ ଓବିସି ଦେବ । ଆଜି ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏ ସଂକ୍ରାନ୍ତୀୟ ରାଜନୈତିକ ଚିଠା ପ୍ରସ୍ତାବ ଗୃହିତ ହୋଇଛି । ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏ ସଂପର୍କିତ ପ୍ରସ୍ତାବ ଆଗତ କରିବା ପରେ ବୈଠକରେ ଏହା ସର୍ବସମ୍ମତକ୍ରମେ ଗୃହୀତ ହୋଇଥିଲା । ଦଳ ସ୍ପଷ୍ଟ କରିଛି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ଗୁରୁତ୍ବ ଦିଆଯିବ । ଏପରିକି ପ୍ରାର୍ଥୀ ଚୟନରେ ମଧ୍ୟ ଦଳ ଓବିସି ପ୍ରାର୍ଥୀ ଦେବ । କେନ୍ଦ୍ର ସରକାର ଏ ଦିଗରେ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ବିଜେଡି ପକ୍ଷରୁ ଅନୁରୋଧ କରାଯାଇଛି । ଯଦି କେନ୍ଦ୍ର ସରକାର ପଛୁଆବର୍ଗଙ୍କୁ ନିର୍ବାଚନରେ ସଂରକ୍ଷଣ ଦେବାରେ ଆଇନଗତ ପଦକ୍ଷେପ ନିଅନ୍ତି, ତେବେ ଦଳ ତାହାକୁ ସମର୍ଥନ କରିବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here