ଆଜି ବଡଦିନ । ଧରା ପୃଷ୍ଟରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ସମସ୍ତଙ୍କ ମନରେ ଖୁସି ଓ ଉଲ୍ଲାସ । ଚିକମିକ ଆଲୁଅରେ ଝଲୁସୁଛି ପ୍ରାର୍ଥନା ଗୃହ । ବଡ଼ ଦିନକୁ ଖୁବ ଆଡମ୍ବରରେ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ।

କୋଭିଡ କଟକଣାରେ ପାଳନ ହେଉଛି ବଡଦିନ । ସମସ୍ତ ଗୀର୍ଜା ଗୃହ ଗୁଡିକରେ ୫୦ ପ୍ରତିଶତ ଶ୍ରଦ୍ଧାଳୁ ମାସ୍କ ଓ ସାନିଟାଇଜ ବ୍ୟବହାର କରି ବଡଦିନ ପାଳନ କରିଛନ୍ତି । କୋଭିଡ କଟକଣା ଥିଲେ ସମସ୍ତଙ୍କ ଘରେ ଖୁସିର ମାହୋଲ । ଘରେ ଘରେ ଚାଲିଛି ପିଠା ପଣା, ନାଚ ଗୀତର ଆସର । ବଡଦିନ ପାଇଁ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରିଛି ପୋଲିସ ପ୍ରଶାସନ । ଜିଲାର ସମସ୍ତ ଛକ ମାନଙ୍କରେ ଗାଡି ତନଖି କରାଯାଉଥିବା ବେଳେ ଜିଲା ସମସ୍ତ ଜାଗାରେ ପୋଲିସ ମୁତୟନ କରାଯାଇଛି । ଜିଲା ରେ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ୮ ଜଣ ଡ଼ିଏସପି , ୧୨ ଜଣ ଇନ୍ସପେକ୍ଟର , ୨ ଡେପୁଟି କମଣ୍ଡେଣ୍ଟ ନିଯୁକ୍ତି ହୋଇଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ।

LEAVE A REPLY

Please enter your comment!
Please enter your name here