ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାମାନେ ବୈଜୟନ୍ତଙ୍କୁ ସ୍ବାଗତ କରିବା ସହ ବିଜେପି ଅଧିକ ସୁଦୃଢ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି. କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜୟନ୍ତ ପଣ୍ଡା ସାଂସଦ ଭାବେ ତାଙ୍କର ଦକ୍ଷତା ଦେଖାଇ ସାରିଛନ୍ତି. ବିଜେପିର ବିଚାରଧାରା ସହ ସେ ଅଛନ୍ତି ଏବଂ ଅନେକ ପ୍ରସଙ୍ଗରେ ସେ ବିଜେପିର ଆଦର୍ଶ ଓ ବିଚାରଧାରାକୁ ସମର୍ଥନ କରି ରାଜନୈତିକ ଆକ୍ରୋଶର ଶୀକାର ହୋଇଛନ୍ତି. ଏବେ ବିଜେପି ବୈଜୟନ୍ତଙ୍କୁ ନେଇ ଅଧିକ ସୁଦୃଢ ହେବ ବୋଲି ସେ କହିଛନ୍ତି. ବୈଜୟନ୍ତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢୁଛି. ଓଡିଶାରେ ଦୀର୍ଘବର୍ଷ ଧରି ସରକାରରେ ଗୋଟିଏ ଦଳ ରହିବା ପରେ ଭ୍ରଷ୍ଟାଚାର ବଢିଛି. ତେଣୁ ପରିବର୍ତ୍ତନ ପାଇଁ ସେ କାର୍ଯ୍ୟ କରିବେ.

 

LEAVE A REPLY

Please enter your comment!
Please enter your name here