ବିଧାନସଭାର ଉପ ବାଚସ୍ପତି ହେଲେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ । ସର୍ବସମ୍ମତି କ୍ରମେ ରଜନୀକାନ୍ତ ସିଂ ଉପ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜନୀକାନ୍ତଙ୍କୁ ଉପ ବାଚସ୍ପତି କରିବାକୁ ପ୍ରସ୍ତାବ ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମର୍ଥନ କରିଥିଲେ । ଏହା ପରେ ବିଧିବଦ୍ଧ ଭାବେ ଗୃହରେ ଉପବଚସ୍ପତି ହୋଇଛନ୍ତି ରଜନୀକାନ୍ତ । ଅଭିଜ୍ଞତା ଏବଂ ବରିଷ୍ଠତା ଦୃଷ୍ଟିରୁ ରଜନୀକାନ୍ତଙ୍କୁ ଉପବାଚସ୍ପତି କରିବା ପାଇଁ ନିସ୍ପତି ନେଇଥିଲା ଶାସକ ବିଜୁ ଜନତା ଦଳ । ରଜନୀକାନ୍ତ ୨୦୦୪ରୁ ଲଗାତାର ଅନୁଗୁଳରୁ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here