ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଅରୁଣ ଜେଟଲୀ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ । ମୃତ୍ୟୁ ଶଯ୍ୟାରେ ଅରୁଣଙ୍କର ପରିବାର ସଦସ୍ୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଦୁଃଖଦ ଖବର ଆସିବା ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା ପରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା। ଅରୁଣ ଜେଟଲୀ ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୧୦ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅରୁଣ ଜେଟଲୀଙ୍କ ଚିକିତ୍ସା ଟ୍ରିଟମେଣ୍ଟ ଆଣ୍ଡ୍ରୋକ୍ରିନୋଲୋଜିଷ୍ଟ ନେଫ୍ରୋଲୋଜିଷ୍ଟ ଓ କାର୍ଡିଅଲୋଜିଷ୍ଟ ଡାକ୍ତରଙ୍କ ତତ୍ଵାବଧାନରେ ଚାଲିଥିଲା । କାର୍ଡିଅଲୋଜି ବିଭାଗର ମୁଖ୍ୟ ଭିକେ ବହଲଙ୍କ ଦେଖାରେଖାରେ ଜେଟଲୀଙ୍କ ଚିକିତ୍ସା ଜାରି ରହିଥିଲା । ଏହା ପୂର୍ବରୁ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ବାଚସ୍ପତି ଓମ ବିର୍ଲା ମଧ୍ୟ ଏମ୍ସ ପହଞ୍ଚି ଜେଟଲୀଙ୍କ ସ୍ଵାସ୍ଥ୍ୟବସ୍ଥା ବୁଝିଥିଲେ ।

LEAVE A REPLY

Please enter your comment!
Please enter your name here