ମମିତା ମେହେରଙ୍କ ନିଖୋଜ ଓ ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା । ଏଥିପାଇଁ ମହାଲିଙ୍ଗ ସନସାଇନ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତ 6 ତାରିଖରେ ଷ୍ଟାଡିଅମ ପରିସରରେ ଜେସିବି ଲଗାଇ ଗାତ ଖୋଳାଇଥିଲା । 8 ତାରିଖରେ ମମିତାଙ୍କୁ ଡକାଇ ଅଧାବାଟରୁ ତା ଓାଗନର କାରରେ ଆଣିଥିଲା । ଏବଂ ସେହି 8 ତାରିଖ ଦିନ ହିଁ କାର ଭିତରେ ମମିତାଙ୍କ ସହ ତାର ବଚସା ହୋଇଥିଲା । ଏବଂ କାର୍ ଭିତରେ ମମିତାଙ୍କୁ ସେ ହତ୍ୟା କରିଥିଲା । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ହତ୍ୟାକାଣ୍ଡର କାରଣ ସଂପର୍କରେ ଡିଆଇଜି ଦେଇଥିବା ସୂଚନା ଅନୁଯାୟୀ, ଗୋବିନ୍ଦର ପରକୀୟା ପ୍ରୀତି ସଂପର୍କରେ ମମିତା ଜାଣିଥିବାରୁ ସେ ଏଭଳି ହତ୍ୟାକାଣ୍ଡ ରଚାଇଥିଲା ।

8 ତାରିଖରେ ମମିତାଙ୍କୁ ହତ୍ୟା କରିବା ପରେ ଷ୍ଟାଡିଅମ ପରିସରରେ ଖୋଳିଥିବା ଗାତରେ ପକାଇ କାର୍ଡବୋର୍ଡ ଓ ଟାୟାରରେ ନିଆଁ ଲଗାଇ ଦେଇଥିଲା । ସକାଳୁ ଜେସିବି ଲଗାଇ ଗାତ ପୋତି ଦେଇଥିଲା । ତେବେ ମମିତା ଘରକୁ ନଫେରିବାରୁ ଘରଲୋକେ କେ ଗାଁ ଥାନାରେ ଏତଲା ଦେଇଥିଲେ । କିନ୍ତୁ କେ ଗାଁ ଥାନାରେ ବାବୁମାନେ ଏତଲା ରଖି ନ ଥିଲେ । ଏହାପରେ ମମିତାଙ୍କ ଘରଲୋକ 13 ତାରିଖରେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ସିନ୍ଧେକେଲା ଥାନା ପୋଲିସ ଗୋବିନ୍ଦକୁ ଥାନାକୁ ଆଣି ପଚରାଉଚରା କରିଥିଲା । 17 ତାରିଖ ରାତିରେ ଟିଟିଲାଗଡ ପୋଲିସ ବାରାକରୁ ଗୋବିନ୍ଦ ଚମ୍ପଟ ମାରିଥିଲା ।

ଗୋବିନ୍ଦକୁ ପାଞ୍ଚଦିନିଆ ରିମାଣ୍ଡରେ ଆଣିବ ବଲାଙ୍ଗୀର ପୋଲିସ ।

LEAVE A REPLY

Please enter your comment!
Please enter your name here