ପରିବାରକୁ ଦିଆଗଲା ମମିତା ମେହେରଙ୍କ ଅସ୍ଥି । ମହାଲିଙ୍ଗ ସନସାଇନ୍ ସ୍କୁଲର ଅଧକ୍ଷ୍ୟା ମମିତା ମେହେରକୁ ଖଣ୍ଡ ଖଣ୍ଡ କରି ହତ୍ୟା କରିବା ପରେ ପୋଡିବା ପରେ ପୋତି ଦେଇଥିଲା ଗୋବିନ୍ଦ ସାହୁ । ଷ୍ଟାଡିୟମ ପରିସର ଗାତ ଭିତରୁ ମମିତାଙ୍କର ମୃତ ଦେହ ଉଦ୍ଧାର ହୋଇଥିବାବେଳେ ମିଳିଥିଲା କେଇ ଖଣ୍ଡ ହାଡ ଏବଂ ତାଙ୍କର କିଛି ସାମଗ୍ରୀ । ଯାହା ପୋଲିସ ନିକଟରେ ଥିଲା । ତେଣୁ ହିନ୍ଦୁ ରୀତିନିତିରେ ଅସ୍ଥି ବିସର୍ଜନ କରିବାକୁ ମମିତାଙ୍କର ହାଡ ଦେବାପାଇଁ ପୋଲିସକୁ ତାଙ୍କ ପରିବାର ଲୋକ ଅନୁରୋଧ କରିଥିଲେ । ସେପଟେ କାଲି ପରିବାର ଲୋକ ଏସପି ଅଫିସ ଯାଇ ମମିତାଙ୍କର କିଛି ସାମଗ୍ରୀକୁ ଚିହ୍ନଟ କରିଛନ୍ତି ।