ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ଦୁବାଇରେ ହେବାକୁ ଯାଉଛି ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ । ବିଶ୍ୱକପରେ ୫୦ ଓଭର ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ମୋଟ ୭ ଥର ଆଉ ଟି-୨୦ରେ ଏପର୍ଯ୍ୟନ୍ତ ୫ ଥର ମୁହାଁମୁହିଁ ହୋଇଛନ୍ତି । ବିଶ୍ୱକପର ପ୍ରତ୍ୟେକ ମ୍ୟାଚରେ ଭାରତ ଆଗରେ ମାଟି କାମୁଡେ ପାକିସ୍ତାନ । ହେଲେ ଏଥର କିଏ କରିବ କମାଲ ବିରାଟ କୋହଲି ଟିମ୍ ନା ବାବର ଆଜମ ଟିମ୍ । ଏହି ଦୁଇ ଦଳ ୨୦୧୯ ବିଶ୍ୱକପରେ ଶେଷଥର ପାଇଁ ଭେଟିଥିଲେ । ଦିନିକିଆ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମୋଟ୍ ୭ ଥର ଏବଂ ଟି-୨୦ରେ ଏଯାବତ ୫ ଥର ମୁହାଁମୁହିଁ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here