ସାମୁଦ୍ରିକ ଝଡ ‘ତିତଲି’ ଗୋପାଳପୁରରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ମୁହାଁ ହୋଇଛି । ପଲାସା ଓ ଶ୍ରାକାକୁଲମ ଦେଇ ଗତି କରିଛି ଏହି ବାତ୍ୟା । ଗୁରୁବାର ଭୋର ୫.୨୫ ସମୟରେ ‘ତିତଲି’ ଦକ୍ଷିଣ ଓଡିଶାର ଗୋପାଳପୁର ଓ ଉତ୍ତରଆନ୍ଧ୍ର ପ୍ରଦେଶର କଳିଙ୍ଗ ପଟ୍ଟନମରେ ସ୍ଥଳଭାଗ ଛୁଇଁବାପରେ ସେଠାରେ ବର୍ଷା ସାଙ୍ଗକୁ ୧୩୦ କିମି ବେଗରେ ପବନ ବୋହିଥିଲା । ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇଛି ତିତଲି । କିନ୍ତୁ ତିତଲିର ପ୍ରଭାବରେ ଉପକୂଳବର୍ତୀ ଅଞ୍ଚଳରେ ଜାରି ରହିବ ବର୍ଷା । ତେବେ ବାତ୍ୟା ତିତଲିରେ ଅଧିକ ପ୍ରଭାବିତ ହୋଇଛି ଓଡିଶାର ଗୋପାଳପୁର ଓ ଗଜପତି । ଗଜପତିରେ ଅନେକ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଛି । ସେହିପରି ଗୋପାଳପୁର ଅଞ୍ଚଳରେ କେତେକ ଆଜବେଷ୍ଟସ ଓ ଚାଳ ଛପର ଘରର ଛପର ଉଡିଯାଇଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ସହରର ଦିଗପଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here