ବାତ୍ୟା ୟାସ୍ ଯୋଗୁ ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି । ପବନରେ ବହୁ ଗଛ ଭାଙ୍ଗି ପଡିଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କ କଚ୍ଚା ଘର ଭୁଷୁଡିପଡିଛି । ସମୁଦ୍ର କୂଳିଆ ଅଞ୍ଚଳରେ ଅନେକ ସ୍ଥାନରେ ସମୁଦ୍ର ଜୁଆର ଆସି ଲୁଣାପାଣି ମାଡିଯାଇଛି । ପ୍ରବଳ ବର୍ଷା ଯୋଗୁ ଅନେକ ନଦୀରେ ବନ୍ୟା ଆସିଛି । ମୟୁଭଞ୍ଜ ଜିଲ୍ଲା କୁସୁମିରେ ବାଦଲ ଫଟା ବର୍ଷା ହୋଇଥିବାରୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି । ବୈତରଣୀରେ ବନ୍ୟା ଆସିଥିବା ବେଳେ କେତେକ ସ୍ଥାନରେ ନଦୀପାଣି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେବେ ଖରାଦିନିଆ ବନ୍ୟା ହୋଇଥିବା ଯୋଗୁ ସେଭଳି ବିପଦ ଆଶଙ୍କା କିଛି ନାହିଁ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବାତ୍ୟାଜନିତ କ୍ଷୟକ୍ଷତି ସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମଗାଯାଇଛି ଏବଂ ଦିନେ ଦୁଇଦିନ ଭିତରେ ରିପୋର୍ଟ ଆସିବା ପରେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଇପାରିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ କିଛି ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here