ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ସଚ୍ଚିନ ପାଇଲଟଙ୍କୁ ଦେଖିବାକୁ ଚାହୁଁନାହାଁନ୍ତି ଅଶୋକ ଗେହଲଟଙ୍କ ସମର୍ଥକ । ଏଆଇସିସି ସଭାପତି ଭାବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦାୟିତ୍ବ ଦେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ସଚ୍ଚିନ ପାଇଲଟଙ୍କୁ ବସାଇବା ପାଇଁ ସୋନିଆ-ରାହୁଲ କରିଥିବା ଯୋଜନାକୁ ଜୋରଦାର ବିରୋଧ । ସଚ୍ଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲେ ଗେହଲଟଙ୍କ ସମର୍ଥକ ବିଧାୟକମାନେ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏଭଳି ସଂକଟ ଟାଳିବା ପାଇଁ କଂଗ୍ରେସ ନେତୃବର୍ଗ ଉଦ୍ୟମ ଆରମ୍ଭ କରିଛନ୍ତି ।
ଗେହଲଟଙ୍କ ସମର୍ଥକ ବିଧାୟକଙ୍କୁ ବୁଝାଇବା ପାଇଁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁୱ ଖାଡଗେ ଓ ଅଜୟ ମାକେନ ଜୟପୁର ଗସ୍ତରେ ଯାଇଛନ୍ତି । ଅଶୋକ ଗେହଲଟ ମଧ୍ୟ କଂଗ୍ରେସ ସଭାପତି ପଦ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି । ତେଣୁ ଦଳ ଭିତରେ ନେତୃତ୍ବକୁ ନେଇ ସଂକଟ ବଢିବାରେ ଲାଗିଛି । 200 ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର 107 ଜଣ ବିଧାୟକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 92 ଜଣ ବିଧାୟକ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ଯାଇଛନ୍ତି । କୌଣସିମତେ ପାଇଲଟଙ୍କୁ ଗ୍ରହଣ କରିବାକୁ ସେମାନେ ଚାହୁଁନାହାଁନ୍ତି । ହାଇକମାଣ୍ଡଙ୍କ ଉପରେ ଚାପ ପକାଇବାକୁ ଗେହଲଟଙ୍କ ସମର୍ଥମାନେ ଏଭଳି କରୁଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here