ସମଗ୍ର ଦେଶରେ କୋଭିଡ ଟିକାକରଣ ଚାଲିଥିବା ବେଳେ କୋଭାକ୍ସିନ ଟିକାକୁ ନେଇ ଏକ ରୋଚକ ତଥ୍ୟ ମିଳିଛି । କୋଭାକ୍ସିନ ନେଇ ଯଦି ଗୁରୁତର ଅସୁସ୍ଥ ହେବେ, ତେବେ କ୍ଷତିପୂରଣ ଦିଆଯିବ । କୋଭାକ୍ସିନ ଟିକା ନେବା ପୂର୍ବରୁ ଭ୍ୟାକ୍ସିନେସନ ସେଣ୍ଟରରେ ସହମତି ବା କନସେଣ୍ଟ ଫର୍ମରେ ଏମିତି ଉଲ୍ଲେଖ ଥିବା ଜଣାପଡିଛି । ମୁମ୍ବାଇର ବିଭିନ୍ନ ସରକାରୀ ହସପିଟାଲରେ କୋଭାକ୍ସିନ ଦିଆଯାଉଥିବା ସେଣ୍ଟରରେ ସହମତି ପତ୍ରରେ ଉଲ୍ଲେଖ ରହିଥିବା ପଏଣ୍ଟ ଗୁଡିକ ମଧ୍ୟରେ ରହିଛି, କୋଭାକ୍ସିନ ଟିକା ନେଇ ଅସୁସ୍ଥ ହେଲେ ସରକାରୀ ଅଥବା ସରକାରୀ ସ୍ବୀକୃତିପ୍ରାପ୍ତ ହସପିଟାଲରେ ଚିକିତ୍ସା କରାଯିବ । ମାତ୍ର ଭାରତ ବାୟୋଟିକ ପ୍ରଡକ୍ଟ କୋଭାକ୍ସିନ କିଣିବା ବେଳେ କେନ୍ଦ୍ର ସରକାର ଟିକା ନେବା ପରେ ହିତାଧିକାରୀ ଯଦି ଅସୁସ୍ଥ ହୁଅନ୍ତି, ତେବେ ଟିକା କଂପାନୀ ତାର ଦାୟିତ୍ବ ନେବେ ବୋଲି ସର୍ତ୍ତ ରଖିଛନ୍ତି । କୋଭାକ୍ସିନ ନେବା ପରେ ଯଦି ଜ୍ବର, ଯନ୍ତ୍ରଣା ଅଥବା ଅନ୍ୟ କିଛି ସମସ୍ୟା ସପ୍ତାହକ ଭିତରେ ଦେଖାଯାଏ, ତେବେ ରିପୋର୍ଟ କରିବାକୁ କୁହାଯାଇଛି । କୋଭାକ୍ସିନ ନିର୍ମାତା କଂପାନୀ ଦୃଢୋକ୍ତି ପ୍ରକାଶ କରିଛନ୍ତି, କୋଭିଡ 19ର ଆଣ୍ଟିବଡି ତିଆରି କରିବାରେ ଏହା ସକ୍ଷମ । ତେବେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଏବେ ବି ଜାରି ରହିଛି ।

LEAVE A REPLY

Please enter your comment!
Please enter your name here