ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଅନୀଲ ଚୌହ୍ୱାନ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଘଟୁଥିବା ଯେକୌଣସି ଆକ୍ରମଣ ବା ହିଂସାତ୍ମକ କାର୍ଯ୍ୟର ଉଚିତ ଜବାବ ଦେବାକୁ ଭାରତୀୟ ସେନା ସଦା ପ୍ରସ୍ତୁତ ରହିବା ଦରକାର । ଏହି ମତାମତ ସେ ଦିଲ୍ଲୀରେ ଏକ ବାର୍ଷିକ କାର୍ଯ୍ୟକ୍ରମ ଉଦଘାଟନ ସମୟରେ ରଖିଥିଲେ ।ସିଡିଏସ୍‌ କହିଛନ୍ତି ଯେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପକୁ ଚ୍ୟାଲେଞ୍ଜ କରିବାର ଆବଶ୍ୟକତା ରହିଛି । ସେ ଏହା ମଧ୍ୟ ଦୋହରାଇଛନ୍ତି ଯେ ଆତଙ୍କବାଦୀମାନେ ପାକିସ୍ତାନର କୌଣସି ବି ଅଂଶରେ ଲୁଚି ରହିପାରିବେ ନାହିଁ । ଜେନେରାଲ୍ ଅନିଲ ଚୌହ୍ୱାନ କହିଛନ୍ତି, “ଦେଶର ସାମରିକ ପ୍ରସ୍ତୁତି ସର୍ବୋଚ୍ଚ ସ୍ତରର ହେବା ଉଚିତ୍, ଏବଂ ସେନାକୁ ଦିନର ୨୪ ଘଣ୍ଟା ଓ ବର୍ଷର ୩୬୫ ଦିନ ପ୍ରସ୍ତୁତ ରହିବାକୁ ହେବ ।” ଯବାନମାନଙ୍କୁ ଆହୁରି କହିଛନ୍ତି ଯେ ଯୁଦ୍ଧ ଓ ଶାନ୍ତି ମଧ୍ୟରେ ଥିବା ସୀମାରେଖା ବର୍ତ୍ତମାନ ସମୟରେ ଅସ୍ପଷ୍ଟ ହେବାରେ ଲାଗିଛି ।
“ପାକିସ୍ତାନ ପକ୍ଷରୁ କରାଯାଉଥିବା ଯେକୌଣସି ହିଂସାତ୍ମକ କାର୍ଯ୍ୟାନୁଷ୍ଠାନର ଜବାବ ଦେବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ତାହା ରାଜ୍ୟ ଭିତରୁ ହେଉ କିମ୍ବା ରାଜ୍ୟ ବାହାରୁ ହେଉ । ଆମକୁ ବୁଝିବାକୁ ପଡିବ ଏହା ହେଉଛି ପ୍ରଥମ ମାନଦଣ୍ଡ ।” ଏହା କହିଛନ୍ତି ସିଡିଏ ଅନୀଲ ଚୌହ୍ୱାନ ।

LEAVE A REPLY

Please enter your comment!
Please enter your name here