କରୋନାକୁ ରୋକିବା ପାଇଁ ଆପ୍ରାଣ ଉଦ୍ୟମ ଭିତରେ ଦେଢମାସ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା 148ରେ ପହଞ୍ଚିଗଲାଣି ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବାର ମାସକ ଭିତରେ ଯେତିକି ଚିହ୍ନଟ ହୋଇଥିଲେ, ଗତ ପନ୍ଦର ଦିନ ଭିତରେ ତାହା ଦୁଇଗୁଣରୁ ଅଧିକ ହୋଇଗଲାଣି I ଏବେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡା ସମୟ I ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, କର୍ମଜୀବୀ, ପର୍ଯ୍ୟଟକ, ଶ୍ରମିକ ଫେରିବା ଆରମ୍ଭ କରିଛନ୍ତି I ସୁରତ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, କେରଳ, କୋଟା ପ୍ରଭୃତି ଅଂଚଳରୁ ବହୁ ଓଡିଆ ଓଡିଶାରେ ଆସି ପହଞ୍ଚିବା ପରେ କରୋନାକୁ ମୁକାବିଲା ପାଇଁ ଅସଲ ପରୀକ୍ଷା ଆରମ୍ଭ ହେବ I ଏଭଳି ସ୍ଥିତିକୁ ମୁକାବିଲା ପାଇଁ ରାଜ୍ୟ ସରକାର ନାମ ପଂଜିକରଣ ଓ କ୍ବାରେଣ୍ଟିନ ବ୍ୟବସ୍ଥା କରିଛନ୍ତି I କିନ୍ତୁ ଲକ୍ଷ ଲକ୍ଷ ପ୍ରବାସୀ ଓଡିଆ ପହଞ୍ଚିବା ପରେ ସେମାନଙ୍କୁ ଠିକଣା ଭାବେ କ୍ବାରେଣ୍ଟିନରେ ରଖିବା ଓ ସେମାନଙ୍କ ପରୀକ୍ଷା କରାଯିବା ଆବଶ୍ୟକ ରହିଛି I କାରଣ ଗତ ଦଶଦିନ ଭିତରେ କରୋନା ପଜିଟିଭ ବାହାରିଥିବା ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି ପଶ୍ଚିମବଙ୍ଗରୁ ଆସୁଥିବା ଓଡିଆ I ଯାଜପୁର ଓ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପଛରେ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି I ତେଣୁ ଅଧିକ ପ୍ରଭାବିତ ରାଜ୍ୟରୁ ଆସିବାକୁ ଥିବା ପ୍ରବାସୀ ଓଡିଆଙ୍କଠୁ ଯେମିତି ସଂକ୍ରମଣ ନ ବ୍ୟାପିବ, ସେଥିପାଇଁ ଯଦିଓ ସରକାର ପଦକ୍ଷେପ ନେଉଛନ୍ତି, କିନ୍ତୁ କରୋନା ନିୟନ୍ତ୍ରଣ ପାଇଁ ଏବେ ଅସଲ ପରୀକ୍ଷାର ବେଳ

LEAVE A REPLY

Please enter your comment!
Please enter your name here