କିଏ ପାଗଳ କୁହେତ ଆଉ କୁହେ ଚୋର କହି ଗୋଡାଏ । କିନ୍ତୁ ଏସବୁକୁ ଖାତିର କରନ୍ତିନି ଯୁବ ଇଂଜିନିୟର ଅଭିମନ୍ୟୁ । ହଁ ଆଗ୍ୟା ଏ ହେଉଛନ୍ତି ଜଣେ ଇଂଜିନିୟର । ସମାଜ ସେବା କରିବାର ନିଶା, ପ୍ଲାଷ୍ଟିକ ମୁକ୍ତ ପରିବେଶ କରିବାକୁ ଆଗ୍ରହ । ସେଥିପାଇଁ ଆଜିକୁ ଦୁଇ ବର୍ଷ ଧରି ପ୍ରତ୍ୟକ ଦିନ ପଲିଥିନ୍ , ଅଲୋଡା ବୋତଲ ସମତେ ପ୍ଲାଷ୍ଟିକ ସାମଗ୍ରୀ ସାଉଁଟି ଚାଲିଛନ୍ତି । ଚାକିରୀ ଛାଡି ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଅଭିମନ୍ୟୁ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଦଧିବାମନ ଗାଁର ହର ମିଶ୍ରଙ୍କ ଦ୍ୱିତୀୟ ପୁଅ ଅଭିମନ୍ୟୁ । ବାପା ମାଙ୍କ ଇଛା ଥିଲା ପୁଅ ପାଠ ପଢି ବଡ ମଣିେ ହେବା ସହିତ ଚାକିରୀଟିଏ କରି ପରିବାର ପ୍ରତିପୋଷଣ କରିବ । ହେଲେ ଅଭିମନ୍ୟୁ ଚାକିରୀ ନିଶା ଛାଡି ଜଣେ ସମାଜସେବୀ ହେବେ ବୋଲି ମନସ୍ଥ କରିଥିଲେ । ସେହିଦିନଠୁ ମୁଣ୍ଡରେ ପଗଡି, ହାତରେ ବାଡି ଓ ବେକରେ ପ୍ଲାଷ୍ଟିକ ହାର ଝୁଲାଇ ସେଚ୍ଛ୍ୱାସେବୀ ବୃତ୍ତିକୁ ଆବୁରିଛନ୍ତି । ବାସ୍ତବିକ୍ ରେ ସେ ପାଗଳ ନୁହଁନ୍ତି । କିନ୍ତୁ ପାଗଳ ବେଶ ହିଁ ତାଙ୍କ ସଚେତନତାର ମୁଖ୍ୟ କାରଣ ।