ଶେଷରେ ଜେଲ୍ ଗଲେ ନବଜୋତ ସିଂ ସିଦ୍ଧୁ । ଶୁକ୍ରବାର ଦିନ ସେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ସ୍ବାସ୍ଥ୍ୟ ଯାଞ୍ଚ ପରେ ତାଙ୍କୁ ପାତିଆଲା ଜେଲକୁ ପଠାଇ ଦିଆଯାଇଛି । ରୋଡ୍ ରେଜ ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ ସ୍ବାସ୍ଥ୍ୟ ଖରାପ କହି ଆଉ କିଛିଦିନ ଗଡାଇବାକୁ ଚାହୁଁଥିଲେ । ମାତ୍ର କୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ କ୍ରିକେଟିୟର ପଲିଟିସିଆନ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ବର୍ଷେ ପାଇଁ ଜେଲର ଚାରିକାନ୍ଥ ଭିତରେ ରହିବାକୁ ହେବ । ସାଧାରଣ କଏଦୀ ପରି ଧଳା ପୋଷାକ ପିନ୍ଧି ଜୀବନଯାପନ କରିବାକୁ ହେବ । ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ 24,13083 ନମ୍ବର କଏଦୀ ଭାବେ ରଖିଛନ୍ତି । ୧୯୮୮ର ଏହି ମାମଲାରେ ପାର୍କିଂକୁ ନେଇ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କ ସହ ସିଦ୍ଧୁଙ୍କର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସିଦ୍ଧୁ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଗୁରୁତ୍ତର ଅବସ୍ଥାରେ ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ବୃଦ୍ଧଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିଲା ବୋଲି ସିଦ୍ଧୁ ସଫେଇ ଦେଇଥିଲେ । ଯଦିଓ ସିଦ୍ଧୁଙ୍କୁ ପ୍ରଥମେ ଏହି ମାମଲାରେ ମୁକ୍ତି ମିଳିଥିଲା, କିନ୍ତୁ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ତାଙ୍କ ପରିବାର ପକ୍ଷରୁ ରିଭ୍ୟୁ ପିଟିସନ ଦାୟର କରାଯାଇଥିଲା । ୩୪ ବର୍ଷର ଏହି ପୁରୁଣା ମାମଲାର ସୁପ୍ରିମକୋର୍ଟ ଶୁଣାଣି କରି ବର୍ଷେ ଜେଲ୍ ଦଣ୍ଡ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here