ଓଡିଶାରେ ଡବଲ ଇଂଜିନ ସରକାର ଚାଲିଛି ଏବଂ ଓଡିଶା ପାଞ୍ଚବର୍ଷ ଭିତରେ ବିକାଶର ମଡେଲ ରାଜ୍ୟରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଜ୍ୟରେ ବିଜେପି ସରକାରର ଗୋଟିଏ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଆୟୋଜିତ ବିଶାଳ ସମାବେଶରେ 19 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପୂର୍ବ ଭାରତରେ ଓଡିଶା ବିକାଶର ମଡେଲ୍ ରାଜ୍ୟ ହେବ ବୋଲି କହିବା ସହ ଓଡିଶା ଭିଜନ 2036 କୁ ଉନ୍ମୋଚନ କରିଛନ୍ତି । ପୂର୍ବ ସରକାର ସମୟରେ ଓଡିଶାର ଆଦିବାସୀମାନେ ଅବହେଳିତ ହୋଇ ଆସୁଥିଲେ, ଏବେ ବିଜେପି ସରକାର ସମୟରେ ଆଦିବାସୀଙ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ବିଜେପି ସରକାରର ଗୋଟିଏ ବର୍ଷ ପୂର୍ତ୍ତି ଭିତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପୂର୍ବରୁ ଚାଲିଥିବା ସରକାର ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଉ ନ ଥିଲା । କିନ୍ତୁ ଡବଲ ଇଂଜିନ ସରକାରରେ ଆୟୁଷ୍ମାନ ଯୋଜନା ସହ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ସୁଫଳ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦୀର୍ଘବର୍ଷ ଧରି ଆଦିବାସୀମାନେ ମାଓବାଦୀଙ୍କ ଦ୍ବାର ଅତ୍ୟାଚାରିତ ହୋଇ ଆସୁଥିଲେ । ଏବେ ସମଗ୍ର ଦେଶରୁ ମାଓବାଦୀ ସମସ୍ୟାର ମୂଳୋତ୍ପାଟନ ହେବ । ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ବିଜେପି ସରକାରକୁ ଆସିବା ପରେ ସେ ସବୁ ପୂରଣ କରିଛି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା, ଧାନର ଏମଏସପି ବୃଦ୍ଧି କରାଯିବା, 17 ଲକ୍ଷ ଲକ୍ଷପତି ଦିଦି କରିବା, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଦେବା, ସ୍ବାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ଭଳି ଅନେକ ସଫଳତା ହାସଲ ହୋଇଛି ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଧାନମନ୍ତ୍ରୀ ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସିଥିଲେ । ରାସ୍ତା ଦୁଇପାର୍ଶ୍ବରେ ହଜାର ହଜାର ଲୋକ ମୋଦିଙ୍କୁ ସ୍ବାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here