ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ ଘଟଣା । ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିଲା ଅଭିଯୁକ୍ତ ବିନୟ ଆଚାର୍ଯ୍ୟ । ସ୍ତ୍ରୀ ନାଁରେ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି କରିଥିଲା ବିନୟ । ସୁଟିଂ ସ୍ପୋର୍ଟସ ଖେଳାଳୀ ସ୍ତ୍ରୀ ବନ୍ଧୁକରୁ ଗୁଳି କରିଥିଲା ବିନୟ । ବିନୟ ବ୍ୟବହାର କରିଥିବା ବନ୍ଧୁକକୁ ଜବତ କଲା ପୋଲିସ । ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଗତକାଲି ରାତିରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଘଟଣାସ୍ଥଳରେ ତାଙ୍କ ବନ୍ଧୁଙ୍କ ସହ ଛିଡା ହୋଇ କଥାବାର୍ତ୍ତା ହେଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ପହଁଞ୍ଚିଥିଲେ । ରାଜନୀତିକ ଆକ୍ରୋଶ ରଖି ବିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ । ଏପରିକି ଛାତିରେ ବନ୍ଧୁକ ଲଗାଇ ଧମକ ମଧ୍ୟ ଦେଇଥିଲେ । ବିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ବନ୍ଧୁକରୁ ୨ଟି ଗୁଳି ଫୁଟି ତଳେ ବାଜିଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ବିଭୂ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇଜଣ ବନ୍ଧୁକଧାରୀ ଦୁର୍ବୃତ୍ତ । ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଭୂ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଥିଲା ।

LEAVE A REPLY

Please enter your comment!
Please enter your name here