ଦିନକୁ ଦିନ ପାଣ୍ଡିୟାନଙ୍କୁ ବିରୋଧ କରିବା ବୃଦ୍ଧି ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବୟାନରେ ପାଣ୍ଡିୟାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । କୋଭିଡ ସମୟରେ ପାଣ୍ଡିୟାନ କଠିନ ପରିଶ୍ରମ କରିଥିଲେ ବୋଲି କହିଛନ୍ତି । ଚାକିରୀ ଛାଡି ଦଳରେ ଯୋଗ ଦେବା ପରେ ସେ ନିଷ୍ଠାର ସହ କାର୍ଯ୍ୟ କରିଥିବା କହିଛନ୍ତି । ତାଙ୍କୁ ସମାଲୋଚନା କରାଯିବା ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି । ଗଣତନ୍ତ୍ରରେ ଜିତିବା ହାରିବା ଏକ ନିରନ୍ତର ପ୍ରକ୍ରିୟା ବୋଲି ସେ କହିଛନ୍ତି । ଲୋକେ ଆମକୁ ଚବିଶ ବର୍ଷ କ୍ଷମତାରେ ରଖିଲେ, ସେଥିପାଇଁ ରାଜ୍ୟବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ସେହିପରି ତାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ହେଉଥିବା ଚର୍ଚ୍ଚାରେ ସେ କହିଛନ୍ତି, ଲୋକେ ତାଙ୍କ ଉତ୍ତରାଧିକାରୀ ବାଛିବେ ।
ନିର୍ବାଚନରେ ବିଜେଡି ହାରିବା ପରେ ସୋସିଆଲ ମିଡିଆରେ ଭି.କେ. ପାଣ୍ଡିୟାନଙ୍କୁ କଟୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି । ପାଣ୍ଡିୟାନଙ୍କ ପାଇଁ ବିଜେଡି ନିର୍ବାଚନ ହାରିଲା ବୋଲି ସମସ୍ତେ ଟୀକ୍କା ଟିପ୍ପଣୀ ଦେଉଛନ୍ତି । ପାଣ୍ଡିୟାନଙ୍କ ପ୍ରତି ସାଂଘାତିକ କୁତ୍ସାରଟନା ପରେ ଏପର୍ଯ୍ୟନ୍ତ ପାଣ୍ଡିୟାନ ଯଦିଓ ମୁହଁ ଖୋଲି ନାହାଁନ୍ତି, କିନ୍ତୁ ଗତକାଲି ଦଳର ମୁଖପାତ୍ର ସସ୍ମିତ ପାତ୍ର ଏବଳି ଘଟଣା ଦୁର୍ଭାଗ୍ୟଜନକ ଏବଂ ତାଙ୍କୁ ସମାଲୋଚନା ନ କରିବାକୁ ସାମ୍ବାଦିକ ସମ୍ମିଳନୀ କରି ଅନୁରୋଧ କରିଥିଲେ । ତା ସତ୍ତ୍ବେ ଶୁକ୍ରବାର ସଂଧ୍ୟାରେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଦଳର ଯୁବକର୍ମୀମାନେ ପହଞ୍ଚି ପାଣ୍ଡିୟାନ କୋଟେରୀ ବିରୋଧରେ ବିଷୋଦଗାର କରିଥିଲେ । ଦଳୀୟ କର୍ମୀଙ୍କୁ ବୁଝାଇବାକୁ ଯାଇ ସଂଙ୍ଗଠନ ସଂପାଦକ ବବି ଦାସ ମଧ୍ୟ ବିପଳ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here