ରାସ୍ତାରେ ବାବୁସାନଙ୍କ ପତ୍ନୀ ତୃପ୍ତି ତାଙ୍କୁ ଧକ୍କା ମାରିଲେ । ମାଡ ମାରିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା । ଥାନାରେ ଏତଲା ଦେଲେ ପ୍ରକୃତି । ମାତ୍ର ଏତଲା ଅନୁଯାୟୀ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଲାନି । ଶେଷରେ ଆଜି ଭୁବନେଶ୍ବର କୋର୍ଟରେ 5 କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଛନ୍ତି ପ୍ରକୃତି ମିଶ୍ର । ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କ ସହ ମିଶି ପ୍ରକୃତି ଆଜି ଭୁବନେଶ୍ବର କୋର୍ଟକୁ ଆସି ବାବୁସାନଙ୍କ ଶ୍ବଶୁର ଲଳିତ ଶତପଥୀ, ପତ୍ନୀ ତୃପ୍ତି ଶତପଥୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଏଥିସହିତ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ପ୍ରସାରିତ ହୋଇଥିବାରୁ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି । ଏଭଳି ଭିଡିଓ ପ୍ରସାରଣ ଦ୍ବାରା ତାଙ୍କର ଇଜ୍ଜତ ହାନୀ ହୋଇଥିବାରୁ ବାଧ୍ୟ ହୋଇ ସେ ମାନହାନୀ ମୋକଦ୍ଦମା କରିଛନ୍ତି । ୟୁଟ୍ୟୁବରୁ ଏଭଳି ଭିଡିଓ ପ୍ରତ୍ୟାହାର ପାଇଁ ଲେ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here