ପିପିଲିରେ ଉପନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ରହିଥିବା ବେଳେ ଆଜି ଦୁଇ ବାଇକ ଆରୋହୀଙ୍କ ଠାରୁ ପୋଲିସ 50 ଲକ୍ଷ ଟଙ୍କା ଜବତ କରିଛି । ପୋଲିସର ରୋଟିନ ଗାଡି ଯାଞ୍ଚ ସମୟରେ ପଲସରରେ ଆସୁଥିବା ଦୁଇ ଯୁବକଙ୍କ ଠାରୁ ଏହି ଟଙ୍କା ମିଳିଛି । ବଳଙ୍ଗା ଅଞ୍ଚଳର ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଟଙ୍କା କେଉଁଠୁ ଆସିଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ଦୁଇ ଯୁବକ ନେଉଥିଲେ, ତାହା ସ୍ପଷ୍ଟ ହୋଇନି । ଦୁଇ ଯୁବକ ବଳଙ୍ଗା ଅଞ୍ଚଳର । ମାତ୍ର କୌଣସି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏହି ଟଙ୍କା ଆସିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here