ପୁଣି କୋଟିଆରେ ନିର୍ବାଚନ କରିବ ଆନ୍ଧ୍ର ପ୍ରଦେଶ । କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ତିନୋଟି ପଞ୍ଚାୟତରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ପଦକ୍ଷେପ ବିରୋଧରେ ରାଜ୍ୟ ସରକାର ଆଜି ପୁଣି ସୁପ୍ରିମକୋର୍ଟ ଯାଇଛନ୍ତି । ମାତ୍ର ସୀମାନ୍ତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା କାରଣରୁ ପଡୋଶୀ ରାଜ୍ୟ ସରକାରମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରଲୋଭନ ଦେଖାଇ ସୀମାନ୍ତ ଅଞ୍ଚଳକୁ କବଜା କରିବାରେ ଲାଗିଛନ୍ତି । ଏ ନେଇ ବିଜେପି ସାଂସଦ ସୁରେଶ ପୂଜାରୀ ଆଜି ରାଜ୍ୟପାଳଙ୍କୁ ଭେଟି ସୀମା ବିବାଦ ସଂପର୍କରେ ଅବଗତ କରାଇଛନ୍ତି । ବରଗଡ ସୀମାନ୍ତ ଗାଁର ଲୋକେ ଛତିଶଗଡ ସହ ମିଶିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ତେଣୁ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବାକୁ ସେ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷରେ କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପୁଣି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟ ସରକାର ସୀମାନ୍ତରେ ଅନୁପ୍ରବେଶକାରୀଙ୍କୁ ଗିରଫ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here