ଦୁଇରୁ ଅଠର ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା
ଅଠର ବର୍ଷରୁ କମ ବୟସର ଶିଶୁ ଓ କିଶୋରଙ୍କୁ କୋଭାକ୍ସିନ ଟିକା ଦେବାକୁ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଛି । ଏଥିପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଛି ।
ପିଲାଙ୍କୁ ଟିକା ଦେବା ପାଇଁ ଭାରତ ବାୟୋଟେକ ପକ୍ଷରୁ ଫେଜ୍ ଟୁ ଓ ଫେଜ୍ ଥ୍ରିରେ ପ୍ରାୟ ଏକ ହଜାର ପିଲାଙ୍କ ଉପରେ ପରୀକ୍ଷା କରାଯାଇଥିଲା । ଶିଶୁ ଓ କିଶୋରଙ୍କ ପାଇଁ ପରୀକ୍ଷାମୂଳକ ଭାକ୍ସିନର ସଫଳତା ପରେ ଡିସିଜିଆଇ ଦୁଇରୁ ଅଠର ବର୍ଷର ପିଲାଙ୍କୁ ଟିକା ଦେବାକୁ ଅନୁମତି ପ୍ରଦାନ କରିଛି ।

LEAVE A REPLY

Please enter your comment!
Please enter your name here