ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ବୀରତ୍ବ ଓ ସାହସିକତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ବୀନ ସୈନିକମାନଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ।
ପାକିସ୍ତାନର ଯୁଦ୍ଧ ବିମାନ ଖସାଇଥିବା ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । 2019 ଫେବୃଆରୀ 27 ତାରିଖରେ ପାକ୍ ଅଧିକୃତ କାଶ୍ମୀରରେ ପାକିସ୍ତାନର ଏଫ 16 ବିମାନକୁ ଖସାଇ ଦେଇଥିଲେ । ପରେ ସେ ପାକିସ୍ତାନ ଯବାନଙ୍କ ହାତରେ ଧରାପଡିଥିଲେ । ସେତେବେଳେ ଅଭିନନ୍ଦନ ଓ୍ବିଙ୍ଗ କମାଣ୍ଡର ଥିଲେ । ପରେ ତାଙ୍କୁ ଗ୍ରୁପ କ୍ୟାପଟେନ ପାହ୍ୟାକୁ ପଦୋନ୍ନତି ମିଳିଥିଲା ।
ଇଂଜିନିୟର କମାଣ୍ଡର ପ୍ରକାଶ ଯାଦବଙ୍କୁ ମରଣୋତ୍ତର ଭାବେ କୀର୍ତ୍ତିଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ଆତଙ୍କବାଦୀଙ୍କୁ ସାହସିକତାର ସହ ନିପାତ କରିବା ବେଳେ ସହିଦ ହୋଇଥିଲେ । ତାଙ୍କ ମାଆ ଓ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।
ସେହିପରି ସହିଦ ମେଜର ବିଭୂତି ଶଙ୍କରଙ୍କୁ ମରଣୋତ୍ତର ଭାବେ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ନାଏବ ସୁବେଦାର ସୋମବୀରଙ୍କୁ ମଧ୍ୟ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ।
ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଓଡିଆ ପୁଅ ଏୟାର ମାର୍ଶାଲ ଦିଲ୍ଲୀପ ପଟଟ୍ନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ।

LEAVE A REPLY

Please enter your comment!
Please enter your name here