ଦେଶରେ କରୋନାର ୨୪୦ଟି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିଭନ୍ନ ଅଞ୍ଚଳରେ ସଙ୍କ୍ରମଣ ବୃଦ୍ଧି ପାଇଛି । ନୂଆ ଷ୍ଟ୍ରେନ ଦ୍ୱାରା କରୋନା ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ରହିଛି । କୋଭିଡର ପରିବର୍ତ୍ତୀତ ରୂପ ପୁଣି ଡରାଇବା ଆରମ୍ଭ କରିଛି । ଦେଶରେ ୫ ରାଜ୍ୟରେ ସଙ୍କ୍ରମଣ ବଢିବାରୁ ଏ ଭୟ ଘାରିଛି । କିଛିଦିନ ମଧ୍ୟରେ କେରଳ, ମହାରାଷ୍ଟ୍ର, ପଞ୍ଜାବ , ମଧ୍ୟପ୍ରଦେଶ ଓ ଛତିଶଗଡରେ ଦ୍ରୁତ ଗତିରେ ବଢୁଛି କରୋନା ସଙ୍କ୍ରମଣ । ମହାରାଷ୍ଟ୍ରର କିଛି ଅଞ୍ଚଳରେ ପୁଣି ଲକଡାଉନ ଫେରିଥିବାରୁ ଚିନ୍ତା ବଢିଛି । ଭାରତରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।
ଏଭଳି ସ୍ଥିତିରେ କରୋନା ପ୍ରତିହତ ପାଇଁ ଓଡିଶାବାସୀଙ୍କୁ ଅଧିକ ସତର୍କ ହେବାକୁ ବିଶେଷଜ୍ଞ ଟିମ୍ ପରାମର୍ଶ ଦେଇଛନ୍ତି । ରାଜଧାନୀରେ କରୋନା କଟକଣାକୁ କଡାକଡି କରିବାକୁ ଚେତାବନୀ ଦେଇଛି କମିଶନରେଟ ପୋଲିସ । ସମସ୍ତେ ନିଜର ସୁରକ୍ଷା ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here