ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ । ଶୁକ୍ରବାରଠାରୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । କୃଷ୍ଣପ୍ରସାଦ ବ୍ଲକରୁ ଯାଇଥିବା ନମୁନାରେ ପଜିଟିଭ ଚିହ୍ନଟ କରାଯାଇଛି । ଆକ୍ରାନ୍ତ ସାନସାହି, ମାଲୁଦ, ପଥରଗଞ୍ଜରେ କୁକୁଡା ମରାଯିବ ବୋଲି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାକାରୀ ଗିରିଜା ପଟ୍ଟନାୟକ ଏହି ସୁଚନା ଦେଇଛନ୍ତି । କୁକୁଡା ମରାସହ ୧୦ ଦିନ ପାଇଁ ଅଣ୍ଡା ବ୍ୟାନ କରିଛି ଜିଲ୍ଲା ପ୍ରଶାସନ । ଏଥିସହ ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଦିଆଯିବ ନାହିଁ ଅଣ୍ଡା । ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପିଲାଙ୍କୁ ଅଣ୍ଡା ଦିଆଯିବ ନାହିଁ । ସଂପୃକ୍ତ ଅଞ୍ଚଳକୁ ବାହାରୁ ଅଣ୍ଡା ଆସିବନି କି ଯିବନାହିଁ । ତେବେ ଚିଲିକା ନଳବଣ ଅଞ୍ଚଳରେ ବାର୍ଡ ପ୍ଲୁଂ ପ୍ରଭାବ ନାହିଁ ବୋଲି କହିଛନ୍ତି ସିଡିପିଓ ।

LEAVE A REPLY

Please enter your comment!
Please enter your name here