ପୋଲିଂ ପାର୍ଟି ଗାଡି ଉପରକୁ ଆକ୍ରମଣ ଅଭିଯୋଗ । ଅଜଣା ଦୁର୍ବୃତ୍ତମାନେ ଗାଡି ଉପରକୁ ଆକ୍ରମଣ କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ବାହାରକୁ କାଢି ଦେଇ ଗାଡିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ । ଫିରିଙ୍ଗିଆ ଥାନା ଅଧୀନ ମୁଙ୍ଗୁନିପଦର ବୁଥକୁ ଯିବା ରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଆକ୍ରମଣ ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ତେବେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here