ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ପଦତ୍ୟାଗ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମଧ୍ଯ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପଦକ୍ଷେପ ପରେ ଦେଶରେ ଶାସନ ବ୍ୟବସ୍ଥା ପୂର୍ଣ୍ଣରୂପେ ଅସ୍ଥିର ହୋଇପଡ଼ିଛି। ପ୍ରତିବାଦକାରୀମାନେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଘରକୁ ଭଙ୍ଗି ଦେଇ ନିଆଁ ଲଗାଇବାରୁ ପରିସ୍ଥିତି ଅଧିକ ତୀବ୍ର ହୋଇଯାଇଛି। ନେପାଳରେ ପ୍ରଦର୍ଶନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଏବଂ ବୈଦେଶିକ ମନ୍ତ୍ରୀ ଅର୍ଜୁନ ରାଣା ଦେଉବାଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଛନ୍ତି । ଖାଲି ସେତିକି ନୁହେଁ ଆଉ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି । ପ୍ରତିବାଦକାରୀମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ ଏବଂ ତାଙ୍କ ଘରକୁ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ ।ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖାନଲଙ୍କ ପତ୍ନୀ ରବି ଲକ୍ଷ୍ମୀ ଚିତ୍ରକରଙ୍କ ମୃତ୍ୟୁ ହୋଇଛି ।
ଏନଜିଓ ‘ହାମି ନେପାଳ’ ଯୁବପୀଢ଼ିକୁ ଆନ୍ଦୋଳନରେ ଯୋଗଦେବାକୁ ଆହ୍ବାନ କରିଥିଲା। କିନ୍ତୁ ପରିସ୍ଥିତି ତୀବ୍ର ହେବା ପରେ ସେମାନେ ପ୍ରତିବାଦକାରୀମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସଂଗଠନର କହିବା ଅନୁସାରେ, ସରକାର ପତନ ହୋଇଥିବାରୁ ଏବେ ହିଂସାର କୌଣସି ଆବଶ୍ୟକ‌ତା ନାହିଁ। ଏହି ମଧ୍ୟରେ, ସାମାଜିକ ଗଣମାଧ୍ୟମରେ ୨୬ଟି ପ୍ଲାଟଫର୍ମକୁ ପ୍ରତିବନ୍ଧ କରିଥିବାରୁ ସୋମବାର ହୋଇଥିବା ହିଂସ୍ର ପ୍ରତିବାଦରେ ୨୦ ଜଣ ମୃତ୍ୟୁବରଣ କରିଛନ୍ତି ଓ ୧୦୦ ରୁ ଅଧୂକ ଲୋକ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here