ପିଲାଙ୍କୁ ଖଡି ଛୁଆଁଇ ସିଲଟରେ ତିନୋଟି ଶୂନ ଲେଖି ଦିଆଯାଏ । ଆଉ କୁହାଯାଏ ବ୍ରହ୍ମା, ବିଷ୍ଣୁ, ମହେଶ୍ବର । ବହିଟିଏ ଗୋଡରେ ବାଜିଗଲେ ଆମକୁ ବିଷ୍ଣୁ ବୋଲି କହିବାକୁ ଶିଖାଯାଏ । ଭଲ ପାଠ ପାଇଁ ବିଦ୍ୟାର ଠାକୁର ଗଣେଶ ଓ ସରସ୍ବତୀଙ୍କୁ ବିଦ୍ୟାଳୟରେ ଆରାଧନା କରାଯାଇଥାଏ । ଅତଏବ ଆମେ ପାଠ ବା ଜ୍ଞାନକୁ ସମସ୍ତେ ସମ୍ମାନର ଶୀର୍ଷରେ ରଖିଥାଆନ୍ତି । କିନ୍ତୁ ଅଙ୍ଗନଓାଡି କେନ୍ଦ୍ରର କ୍ଲାସରୁମକୁ ସ୍ମାର୍ଟ କ୍ଲାସରୁମ୍ କରିବାକୁ ଯାଇ ସମାଲୋଚନାର ଶୀକାର ହୋଇଛନ୍ତି ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀର ଶାସନଆମ୍ବ ଗାଁର ଅଙ୍ଗନଓାଡି କେନ୍ଦ୍ରର ସ୍ମାର୍ଟ କ୍ଲାସରୁମ୍ ପରିଦର୍ଶନ କରିବାକୁ ଯାଇଥିଲେ 5T ସଚିବ । ମାତ୍ର କ୍ଲାସରୁମକୁ ସ୍ମାର୍ଟ ବନେଇବା ପାଇଁ ପ୍ରକୋଷ୍ଠର ଚଟାଣରେ ଯେଉଁ ଟାଇଲ୍ ପକାଯାଇଛି, ସେଥିରେ ଓଡିଆ ଅକ୍ଷରର ପ୍ରିଣ୍ଟ୍ ରହିଥିବା ଦେଖିବାକୁ ମିଳିଥିଲା । ଓଡିଆ ଅକ୍ଷର ମୁଦ୍ରିତ ଟାଇଲ ଚଟାଣ ଉପରେ 5T ସଚିବ ଶ୍ରୀ ପାଣ୍ଡିୟାନ ବୁଲି ଦେଖୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କେବଳ ଚଟାଣ ନୁହେଁ, ପ୍ରକୋଷ୍ଠ କାନ୍ଥରେ ଅଙ୍କା ଯାଇଥିବା ଜାତୀୟ ପତାକାର ରଙ୍ଗ ମଧ୍ୟ ଏପଟ ଥିଲା । ଏଭଳି ତ୍ରୁଟିପୂର୍ଣ୍ଣ ସ୍ମାର୍ଟକ୍ଲାସରୁ କୋମଳମତି ପିଲାମାନେ କଣ ଶିଖିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସୋସିଆଲ ମିଡିଆରେ ଏହି ଫଟୋଚିତ୍ର ଭାଇରାଲ ଓ ସମାଲୋଚନା ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତ୍ରିରଙ୍ଗାର ରଙ୍ଗ ସୁଧାରି ଦେଇଛି । କିନ୍ତୁ ଅକ୍ଷର ମୁଦ୍ରିତ ଚଟାଣରେ ପାଦ ରଖି ଚାଲିବା କେତେଦୂର ଯୁକ୍ତିଯୁକ୍ତ ।

LEAVE A REPLY

Please enter your comment!
Please enter your name here