ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ରାଜଭବନ ସାମ୍ନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ହଠାତ ପ୍ରଚଣ୍ଡ ବିସ୍ଫୋରଣ ହୋଇ ନିଆଁ ଲାଗିଛି । ପ୍ରାୟ ୩୦୦ ଫୁଟ ଉଚ୍ଚରେ ନିଆଁ ଜଳୁଛି । ବିସ୍ଫୋରଣରେ ଅନେକ ଗାଡି ଏବଂ ପେଟ୍ରୋଲ ପମ୍ପ ଛିନଛତ୍ର ହୋଇଯାଇଛି । ନିଆଁକୁ ଆୟତ୍ତ କରିବାକୁ ୫ଟି ଅଗ୍ନିଶମ ବିଭାଗ ପେଟ୍ରୋଲ ପମ୍ପ ନିକଟରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ରାଜଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ରାସ୍ତା ସିଲ୍ କଲା ପୋଲିସ । ଘଟଣାସ୍ଥଳରେ ପୋଲିସ କମିଶନର, ଡିସିପି ପହଁଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି । ତେବେ ଅଗ୍ନିକଶର୍‌ହରେ ଦୁଇ ଜଣ ଆହତ ହୋଇଛନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here