ଭାରତରେ ପ୍ରଥମ ଏଚ3ଏନ2 ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ଓ ହରିୟାଣାରେ ଏହି ଭାଇରସରେ ଆକ୍ରାନ୍ତ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ କିଛିମାସ ଧରି ଦେଶରେ ଏଚ3ଏନ2 ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ହଙ୍ଗକଙ୍ଗ ଭାଇରସ ଭାବେ ପରିଚିତ ଏହି ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଖରେ କୋଭିଡ ଭଳି ଲକ୍ଷଣ ଦେଖାଯାଉଛି । କୋଭିଡ ସଂକ୍ରମଣର ମାରାତ୍ମକତା ଭୋଗ କରି ସାରିଥିବା ବିଶ୍ବବାସୀ ପୁଣି ଏହି ଭାଇରସ ସଂକ୍ରମଣକୁ ନେଇ ଭୟଭିତ ହୋଇପଡିଛନ୍ତି ।

ଇଣ୍ଡିଆନ ମେଡିକାଲ କାଉନସିଲ ଏହି ଭାଇରସରୁ ରକ୍ଷା ପାଇବା ପାଇଁ କୋଭିଡ ଭଳି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ ।

LEAVE A REPLY

Please enter your comment!
Please enter your name here