ପ୍ରଚଣ୍ଡ ତାତିରେ କଲବଲ ହେଉଛି ସାରା ଓଡିଶା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଝାରସୁଗୁଡା ତାପମାତ୍ରା 43 ଡିଗ୍ରୀ ଡେଇଁଛି । ଦିନ ଶାଡେ ଦୁଇଟା ସୁଦ୍ଧା ଝାରସୁଗୁଡା ଓ ସମ୍ବଲପୁର ତାପମାତ୍ରା 43.2 ଡିଗ୍ରୀ ସେଲସିଅସ ରହିଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା 41.8 ଡିଗ୍ରୀ ସେଲସିୟସ ରହିଛି । କେନ୍ଦୁଝରର ତାପମାତ୍ରା 39, ଚାନ୍ଦବାଲି ତାପମାତ୍ରା 39.2 ଡିଗ୍ରୀ ସେଲସିୟସ ରହିଛି । ଆହୁରି ସପ୍ତାହେ ଏପରି ପ୍ରଚଣ୍ଡ ତାତି ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସ୍ଥାନେ ସ୍ଥାନେ ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ 5 ଡିଗ୍ରୀରୁ ଆଠ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here