ବାହାନଗା ହାଇସ୍କୁଲ ସଂପୂର୍ଣ୍ଣ ଭାଙ୍ଗି ଦିଆଯିବ ଏବଂ ହାଇସ୍କୁଲର ନୂଆ ଘର ନିର୍ମାଣ କରାଯିବ । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମୃତଦେହ ହାଇସ୍କୁଲରେ ରଖାଯାଇଥିଲା । ଏବେ ହାଇସ୍କୁଲ ଯିବାକୁ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଡରୁଛନ୍ତି । ଏପରିକି ପିଲାମାନଙ୍କୁ ସେଇ ପୁରୁଣା ହାଇସ୍କୁଲ ଘରକୁ ଛାଡିବାକୁ ସ୍ଥାନୀୟ ଲୋକେ ଚାହୁଁନାହାଁନ୍ତି । ଶହ ଶହ ଶବ ସ୍କୁଲ ଘରେ ରଖାଯାଇଥିବା କାରଣରୁ ଲୋକଙ୍କ ମନରେ ଭୂତ ଡର ରହିଛି । ସ୍ଥାନୀୟ ଗ୍ରାମବାସୀ ଓ ଶିକ୍ଷକ କର୍ମଚାରୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବାହାନଗା ହାଇସ୍କୁଲ ପୁରା ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆଜି ଠାରୁ ସ୍ସେକୁଲ ଘର ଭଙ୍ଠାଗା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ସ୍କୁଲର ନୂଆଘର ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here