ବୁଧବାର ଜିଏସଟି କାଉନସିଲର ୫୬ ତମ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହା ସାଧାରଣ ଲୋକଙ୍କ ସହିତ ବ୍ୟବସାୟୀମାନଙ୍କୁ ମଧ୍ୟ ସିଧାସଳଖ ଆଶ୍ୱସ୍ତି ଦେବ । ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏବେ କେବଳ ଦୁଇଟି ଜିଏସଟି ସ୍ଲାବ୍ ରହିବ, ୫% ଏବଂ ୧୮% । ଅର୍ଥାତ୍ ୧୨% ଏବଂ ୨୮% ସ୍ଲାବ୍ ଉଚ୍ଛେଦ କରାଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସହିତ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଶସ୍ତା ହେବ ଏବଂ ଜୀବନ ରକ୍ଷାକାରୀ ଔଷଧକୁ ସମ୍ପୂର୍ଣ୍ଣ ଟିକସ ମୁକ୍ତ କରାଯାଇଛି।

GST ସମ୍ପର୍କିତ ନୂତନ ସିଦ୍ଧାନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସ୍ବାଧୀନତା ଦିବସରେ ସେ GSTରେ ଆଗାମୀ ପିଢ଼ି ପାଇଁ ସଂସ୍କାରର କଥା କହିଥିଲେ ଏବଂ ଏବେ ସେହି ପଥରେ ଦୃଢ଼ ପଦକ୍ଷେପ ନିଆଗଲା । ସରକାରର ଲକ୍ଷ୍ୟ ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା, ଅର୍ଥନୀତିକୁ ମଜବୁତ କରିବା । କେନ୍ଦ୍ର-ରାଜ୍ୟ ଏକତ୍ରେ ସହମତି ପରେ ହୋଇଥିବା GST ବୈଠକର ଫଳାଫଳରୁ କୃଷକ, MSME, ମଧ୍ୟବିତ୍ତ, ମହିଳା ଓ ଯୁବ ସମୁଦାୟ ଲାଭାନ୍ବିତ ହେବେ । GST ସମ୍ପର୍କିତ ନୂଆ ସିଦ୍ଧାନ୍ତ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହି ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ସେ କୃତଜ୍ଞତା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here