କଂଗ୍ରେସର ଜଟଣୀ ବିଧାୟକ ପ୍ରାର୍ଥୀ ସୁର ରାଉତରାୟ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସୋସିଆଲ ମିଡିଆରେ ନବୀନଙ୍କ ଫିଟନେସ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଭବନ ଠାରେ ଆୟୋଜିିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁର ନବୀନଙ୍କୁ ଏମିତି ଚ୍ୟାଲେଞ୍ଜ ଦେଇଛନ୍ତି । ସୁର କହିଛନ୍ତି, ନବୀନ ପଟ୍ଟନାୟକ ମୋ ଠୁ ବୟସରେ ଛୋଟ । ଦି ଜଣ ଯଦି ଦୌଡନ୍ତୁ ତାହେଲେ କିଏ ଫିଟ୍ ଆପଣ ଜାଣିପାରିବେ । ଯଦି ସିଏ ଫିଟ୍ ଅଛନ୍ତି, ତାହେଲେ ମୋ ସହ ମାଷ୍ଟରକ୍ୟାଣ୍ଟିନ ଛକରୁ ରାଜମହଲ ଯାଏଁ ଗୋଟେ ଦୌଡ ହଉ । ନବୀନଙ୍କ ଦେହ ଖରାପ କଥା ସବୁଆଡେ ଚର୍ଚ୍ଚା ହେଉଥିବାରୁ ସେ ନିଜକୁ ଫିଟନେସ ଦେଖାଇବା ପାଇଁ ଏଭଳି କରିଛନ୍ତି ବୋଲି ସୁର କହିଛନ୍ତି . ତାଙ୍କ ଚିରାଚରିତ ଢଙ୍ଗରେ ସୁର କହିଛନ୍ତି, ଏଥର ବିଜେଡି କି ବିଜେପି, ଯେତେଥର ମୋଦୀ ଆସିଲେ ବି କିଛି ହେବନି. ଲୋକେ କଂଗ୍ରେସକୁ ଭୋଟ ଦେବାକୁ ମନ ସ୍ଥିର କରିସାରିଛନ୍ତି.

LEAVE A REPLY

Please enter your comment!
Please enter your name here