ଚାଷୀ ଆନ୍ଦୋଳନ ନିକଟରେ ହାର୍ ମାନିଲେ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷି ଆଇନ ଚାଷୀଙ୍କ ହିତ ସାଧନ ପାଇଁ କରାଯାଇଥିଲା, କିନ୍ତୁ ଏହି ତିନି ଆଇନ ସଂପର୍କରେ ଆମେ ଦେଶର ଚାଷୀଙ୍କୁ ବୁଝାଇବାରେ ବିଫଳ ହେଲୁ । ଏବେ ଆନ୍ଦୋଳନରତ ଚାଷୀମାନେ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି । ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ କରିବା ପରେ ବିବାଦୀୟ ତିନି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବା ବିଷୟ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିରୋଧୀ କହିଛନ୍ତି, ଆଗକୁ ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି । ବିଧାନସଭା ନିର୍ବାଚନରେ ହାରିବାର ଭୟ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିଛି ।
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ବର୍ଷେରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ବିଭିନ୍ନ ସମୟରେ ଚାଷୀଙ୍କୁ ଆତଙ୍କବାଦୀ, ଗୁଣ୍ଡା, ଆନ୍ଦୋଳନଜୀବୀ ଆଖ୍ୟା ଦେବା ସହ ପୋଲିସ ଲଗାଇ ମାଡ ମାରିଛନ୍ତି । ଏପରିକି ଆପଣଙ୍କ ମନ୍ତ୍ରୀଙ୍କ ପୁଅ ଗାଡି ମଡାଇ ଚାଷୀଙ୍କୁ ହତ୍ୟା ମଧ୍ୟ କରିଛନ୍ତି ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here