ସୀମା ଜଗିଛନ୍ତି ସରକାର । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଯୁଦ୍ଧ ବିମାନ ମୁତୟନ କରିଛନ୍ତି ସରକାର । କୌଣସିମତେ ଚୀନକୁ ସୀମା ଭିତରକୁ ପ୍ରବେଶ କରାଇ ନଦେବା ପାଇଁ ମୋଦୀ ସରକାର ଖୁବ୍ ଜୋରରେ କହୁଛନ୍ତି । ଦେଶର ସାର୍ବଭୌମତ୍ବ ସୁରକ୍ଷା ଭାର ସରକାରଙ୍କ ହାତରେ । କିନ୍ତୁ ତଥ୍ୟ କହୁଛି, ସୀମାରେ ଜଗିଥିବା ଭାରତୀୟ ସେନାଙ୍କୁ ଚକମା ଦେଇ, ମୋଦୀ ସରକାରଙ୍କ ଆଖିରେ ଧୂଳି ଫିଙ୍ଗି ଚାଇନା ଭାରତ ଭିତରକୁ ଅନୁପ୍ରବେଶ କରିସାରିଛି । କେବଳ ଅନୁପ୍ରବେଶ ନୁହେଁ, ଭାରତୀୟ ସୀମା ଭିତରେ ଅରୁଣାଚଳ ପ୍ରଦେଶରେ ଚାଇନା ସରକାର କଲୋନୀ ତିଆରି କରିସାରିଲେଣି । ପଡୋଶୀ ରାଷ୍ଟ୍ର ଆମ ଦେଶ ଭିତରକୁ ପ୍ରବେଶ କରି କଲୋନୀ ନିର୍ମାଣ କରିସାରିଥିବା ବେଳେ ଆମ ସରକାର ତାର ଟେର୍ ନ ପାଇବା ଅତ୍ୟନ୍ତ ଲଜ୍ଜାଜନକ । ଅରୁଣାଚଳ ପ୍ରଦେଶରେ 60ଟି ବହୁତଳ କୋଠା ନିର୍ମାଣ କରିଛି ଚାଇନା । ଭାରତରେ ଏହା ଚାଇନାର ଦ୍ବିତୀୟ କଲୋନୀ ନିର୍ମାଣ । ଏହା ପୂର୍ବରୁ ମଧ୍ୟ ଏକ କଲୋନୀ ଅରୁଣାଚଳ ପ୍ରଦେଶରେ ଚାଇନା ନିର୍ମାଣ କରିସାରିଛି । ପ୍ରଥମେ ଏହି ରିପୋର୍ଟ ଏନଡିଟିଭି ପକ୍ଷରୁ ପ୍ରକାଶ କରାଯାଇଥିବା ପେଣ୍ଟାଗନ ରିପୋର୍ଟର ସତ୍ୟାସତ୍ୟ ନେଇ ସ୍ପଷ୍ଟ କରିଥିଲା । ସାଟେଲାଇଟ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି । ସୀମା ଠାରୁ 6 କିଲୋମିଟର ଭାରତୀୟ ସୀମା ଭିତରେ ଚାଇନା ଏହି ଏନକ୍ଲେଭ୍ ନିର୍ମାଣ କରିଥିବା ବେଳେ କେନ୍ଦ୍ର ସରକାର ଏ ନେଇ କି ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here