ବିଜେପିର ପ୍ରତିଶ୍ରୁତି ସମାବେଶକୁ ବିଜେଡି ପ୍ରତାରଣା ସମାବେଶର ଆଖ୍ୟା ଦେଇଛି. ଶନିବାର ଦିନ ବିଜେପି ପ୍ରତିଶ୍ରୁତି ସମାବେଶ କରି କ୍ଷମତାକୁ ଆସିଲେ ବେକାରଙ୍କୁ ନିଯୁକ୍ତି, ଭୂମିହୀନ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର, ସମସ୍ତଙ୍କୁ ପାନୀୟ ଜଳ, ବିଜୁଳି ଓ ଗ୍ୟାସ ଯୋଗାଇ ଦେବା ଭଳି ଅନେକ ପ୍ରତିଶ୍ରୁତି ଦେଇଛି. ତେବେ ଗତ ନିର୍ବାଚନରେ ବିଜେପି ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ବିଜେଡି ପ୍ରଶ୍ନ କରିଛି. ପ୍ରତିବର୍ଷ 2 କୋଟି ବେକାରଙ୍କୁ ନିଯୁକ୍ତି ଦେବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରିବା, ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦେବା ଭଳି ଅନେକ ପ୍ରତିଶ୍ରୁତି ଦେଇ ଗତ ନିର୍ବାଚନରେ ବିଜେପି କେନ୍ଦ୍ରରେ ସରକାର ଗଢିଥିଲା. ମାତ୍ର ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିବାରେ ସଫଳ ହୋଇନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି. ଧର୍ମେନ୍ଦ୍ରଙ୍କୁ ୩ଟି ପ୍ରଶ୍ନ ପଚାରିଛି ଦଳ. ଧର୍ମେନ୍ଦ୍ରଙ୍କୁ ୩ଟି ପ୍ରଶ୍ନ ପଚାରିଛି ଦଳ. ସ୍ୱତନ୍ତ୍ର ରାଜ୍ୟପାହ୍ୟା , କୃଷି ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ପ୍ରତାରଣା କରିଛି ବୋଲି ଅଭିଯୋଗ ଆଣିଛି ବିଜେଡି. ନିଯୁକ୍ତ କ୍ଷେତ୍ରରେ ପ୍ରତିଶ୍ରୃତି ରକ୍ଷା କରିପାରିନି ବିଜେପି. ବିଭିନ୍ନ କ୍ଷେତ୍ରରେ ବିଜେପିି ପ୍ରତିଶ୍ରୃତି ପ୍ରତାରଣାରେ ପାଲଟିଛି . ବ୍ରାହ୍ମଣୀ ବ୍ରିଜ୍ ପ୍ରତିଶ୍ରୁତି ଗଲା କୁଆଡ଼େ ବୋଲି ସଂଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି . ୨୦୧୪ ପ୍ରତିଶ୍ରୁତିକୁ ପାଳନ ନକରି ଆଉଥରେ ପ୍ରତିଶ୍ରୃତି ଦେବା ଲଜ୍ଜାଜନକ .