କନ୍ଧମାଳରେ ଅଚ୍ୟୁତ ସାମନ୍ତଙ୍କୁ ବିରୋଧ କଲା ଜିଲ୍ଲା ବିଜେଡି. କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ  ବିଜେଡି ଜିଲ୍ଲା ସଂଗଠନ ପକ୍ଷରୁ ଅଚ୍ୟୁତଙ୍କୁ ଜୋରଦାର ବିରୋଧ କରାଯାଇଛି. ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ ନ କରି ଦଳ ବାହାର ଲୋକଙ୍କୁ ଆଣି ପ୍ରାର୍ଥୀ କରିବାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବିଜେଡି ନେତା. ଏପରିକି ପ୍ରତିବାଦରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପ୍ରାର୍ଥୀ ନ ବଦଳାଇଲେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି. ଏମିତିକି ଅଚ୍ୟୁତ କିଏ, ଆମେ ତାଙ୍କୁ ଜାଣିନୁ ବୋଲି ସେମାନେ କହିଛନ୍ତି. ଦଳ ପାଇଁ ତଥା ଲୋକଙ୍କ ପାଇଁ କାମ କରୁଥିବା ନେତାଙ୍କୁ ଅଣଦେଖା କରି ଅଚ୍ୟୁତଙ୍କୁ ଟିକେଟ ଦେବା ଠିକ୍ ହୋଇନାହିଁ ଏବଂ ଏହାଦ୍ବାରା କନ୍ଧମାଳ ଅଞ୍ଚଳର ବିକାଶ ହେବ ନାହିଁ ବୋଲି ସେମାନେ କହିଛନ୍ତି. ଯଦି ଦଳ ପ୍ରାର୍ଥୀ ନ ବଦଳାଏ, ତେବେ ଭୋଟ ବର୍ଜନ କରିବାକୁ ଦଳୀୟ କର୍ମୀ ଓ ନେତାମାନେ ଧମକ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here