ପାଠ ନ ପଢିଥିଲେ ବି ସେ ପାଠୁଆଙ୍କଠାରୁ କିଛି କମ୍ ନୁହନ୍ତି. କୌଣସି ବିଷୟରେ ପିଏଚଡି କରି ନଥିଲେ ବି ତାଙ୍କର ଗବେଷଣା ଆଗରେ ପାଠୁଆ କୃଷି ବିଜ୍ଞାନୀ ବି କମ୍ ହୋଇଯିବେ. ଏମିତି ଜଣେ ମହିୟସୀ ମହିଳା ହେଉଛନ୍ତି କମଳା ପୂଜାରୀ. କୋରାପୁଟ ଜିଲ୍ଲାର ଲକ୍ଷ୍ମୀ ଭାବେ ପରିଚିତ କମଳା ପୂଜାରୀଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ. ଲୋପ ପାଇ ଯାଉଥିବା ଦେଶୀୟ ଧାନକୁ ସଂରକ୍ଷଣ କରିବା ଏବଂ ଦୁର୍ଲଭ କିସମ କଳା ଜିରା ଚାଉଳର ଉତ୍ପାଦନରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ. ଏହି ଉନ୍ନତମାନର ଧାନକୁ ନେଇ ସେ ସମଗ୍ର ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି. କମଳାଙ୍କ ଦକ୍ଷତାକୁ ସମ୍ମାନ ଦେଇ ରାଜ୍ୟ ସରକାର ତାଙ୍କୁ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ ଦେଇଛନ୍ତି. ଅନ୍ୟପକ୍ଷରେ କେନ୍ଦ୍ର ସରକାର କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ ଘୋଷଣା କରି କମଳାଙ୍କ ଭଳି ପ୍ରତିଭାବାନ ମହିଳାମାନଙ୍କୁ ଉତ୍ସାହିତ କରିଛନ୍ତି. ତେବେ ପଦ୍ମଶ୍ରୀ ସମ୍ମାନ ପାଇଁ କମଳାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି. ମାତ୍ର କମଳା ପୂଜାରୀ ଏବେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି. ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି. ଖୁବଶୀଘ୍ର ସେ ଭଲ ହୋଇଯିବେ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି.

LEAVE A REPLY

Please enter your comment!
Please enter your name here