ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା ଫେବୃଆରୀରୁ ଏହି ଯୋଜନା ଓଡିଶାରେ ଲାଗୁ ହେବ । ଓଡିଶା ଓ ପଶ୍ଚିମବଙ୍ଗ ଭଳି ଅଳ୍ପ କିଛି ରାଜ୍ୟକୁ ବାଦ ଦେଲେ ସମଗ୍ର ଦେଶରେ ଯୋଜନା ଲାଗୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆଯୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ଜଣେ ହିତାଧିକାରୀ ସାରା ଦେଶରେ 29 ହଜାର 648 ହସପିଟାଲରୁ ଚିକିତ୍ସା ସୁବିଧା ପାଇପାରିବ ।

LEAVE A REPLY

Please enter your comment!
Please enter your name here