ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ଏନେଇ ଉଚ୍ଚ ନ୍ୟାୟାଳୟକୁ ଜଣାଇଛନ୍ତି ସରକାର । ବିଜ୍ଞପ୍ତି ପ୍ରତ୍ୟାହାର ସହିତ ସାନି ତାଲିକା ନେଇ ସରକାର କୋର୍ଟକୁ ଜଣାଇଛନ୍ତି । ସଂରକ୍ଷଣ ନେଇ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ । ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ସରକାର କୋର୍ଟଙ୍କୁ ଜଣାଇଛନ୍ତି । ସେହିଭଳି ଜାନୁଆରୀ ୫ ସୁଦ୍ଧା ଅଭିଯୋଗର ସମାଧାନ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ଜାନୁଆରୀ ୭ରେ ସଂରକ୍ଷଣ ନେଇ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ ସରକାର । ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here