ଫ୍ଲାଇଟ ଭିତରେ ମଦ ପିଇଲେ , ବନ୍ଧା ହେଲେ ଦୁଇ ଯାତ୍ରୀ । ଇଣ୍ଡିଗୋ ବିମାନ ଭିତରେ ମଦ ପିଇ ଦୁଇ ଯାତ୍ରୀ ହଙ୍ଗାମା କରିଥିଲେ । ଦିଲ୍ଲୀରୁ ପାଟନା ଯାଉଥିବା ଇଣ୍ଡିଗୋ ଫ୍ଲାଇଟରେ ଦୁଇ ଜଣ ମଦ ପିଉଥିବା ସହ ମଦ ନେଉଥିବା ଅଭିଯୋଗ କରିଥିଲେ ଇଣ୍ଡିଗୋ ମ୍ୟାନେଜର । ଦିଲ୍ଲୀରୁ ୩ ଜଣ ଲୋକ ମଦ ପିଇ ଫ୍ଲାଇଟରେ ଯାତ୍ରା କରିଥିଲେ । ସେମାନଙ୍କ ଭିତରୁ ଦୁଇ ଜଣ ଏୟାର ହୋଷ୍ଟେସ ଏବଂ ପାଇଲଟଙ୍କ ସହ ଝଗଡା କରିଥିଲେ । ଦୁଇଜଣଙ୍କୁ ଗିରଫ କରିଛି ପାଟନା ଏୟାରପୋର୍ଟ ପୋଲିସ ।

LEAVE A REPLY

Please enter your comment!
Please enter your name here