ଓଡିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟବାଦୀ ବକୁଳ ବନରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀ ଓଡିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଆ ବିଶ୍ୱବିଦ୍ୟାଳୟ ଭିତ୍ତିପ୍ରସ୍ତ ସ୍ଥାପନ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ୩୦ଟି ଜିଲ୍ଲାରୁ ଏଠାରେ ପହଁଞ୍ଚିଥିବା ପବିତ୍ର ମାଟି, ନଦୀ ଜଳ ସହାୟତାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ବକୁଳ ବୃକ୍ଷର ଚାରା ରୋପଣ କରିବା ପରେ ସଭାସ୍ଥଳକୁ ଯାଇ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଞ୍ଚସଖା ସମାଧୀ ପୀଠରେ ପହଁଞ୍ଚି ପଞ୍ଚସଖାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବକୁଳବନ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ, ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସମେତ ଉଚ୍ଚଶିକ୍ଷା ସଚିବ ପ୍ରମୁଖ ଯୋଗ ଦେଇଥିଲେ ।
ଶିକ୍ଷା ବିକାଶ ଏବଂ ସ୍ୱାଧିନତା ଆନେ୍ଦାଳନରେ ସତ୍ୟବାଦୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସତ୍ୟବାଦୀର ବକୁଳ ବନରେ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଆଦର୍ଶ ଶିକ୍ଷାନୁଷ୍ଠାନ ବନବିଦ୍ୟାଳୟ । ଓଡିଆ ନବଜାଗରଣର ପୀଠ ସତ୍ୟବାଦୀର ବକୁଳ ବନ ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିଲା । ଗତ ଜୁଲାଇ ମାସରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ ଐତିହ୍ୟ କ୍ୟାବିନେଟ ଅନୁମୋଦନ କରିଥିଲା ।
ଉକôଳମଣିଙ୍କ ସହ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ,ଆଚାର୍ଯ୍ୟ ହରିହର ଦାସ ଏବଂ ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହି ବନବିଦ୍ୟାଳୟ ଚଳାଉଥିଲେ । ସ୍ୱାଧିନତା ଆନେ୍ଦାଳନରେ ସେମାନଙ୍କ ଅବଦାନ ଅତୁଳନୀୟ ।

LEAVE A REPLY

Please enter your comment!
Please enter your name here