ଦିନକୁ ଦିନ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ଆସିବାରେ ଲାଗିଛି I ବିଦ୍ୟା ଭାରତୀଙ୍କ ଚିଠି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ଭଲ ନ ଥିବା ନେଇ ସ୍ପଷ୍ଟ କରିଛି I ଗତକାଲି ମିଳିଥିବା ଚିଠିରେ ସେ ଆଇ ହେଟ୍ ୟୁ ବୋଲି ଲେଖିଥିଲେ I ଆଜି ଘର ଭିତରୁ ମିଳିଥିବା ଚିଠିରେ ବିଦ୍ୟାଭାରତୀ ଲେଖିଛନ୍ତି, ହେ ଭଗବାନ, କିଛି ବି କରେଇ ଡିଭୋର୍ସ କରେଇ ଦିଅନ୍ତୁ I ମୁଁ ତୁମ ପାଖରେ ଚିରଦିନ ଋଣୀ ରହିବି I ପୁରୀ ଯାଇ ଦାସୀ ହୋଇ ରହିବି I ହେ ଭଗବାନ ଶତ୍ରୁକୁ ମଧ୍ୟ ଏମିତି ଲୋକ ଦିଅନ୍ତୁନି I ଚିଠିରେ ଯାହା ଲେଖା ହୋଇଛି, ସେଥିରୁ ସୌମ୍ୟଙ୍କ ପ୍ରତି ବିଦ୍ୟାଭାରତୀଙ୍କ ମନରେ ପ୍ରଚୁର ଘୃଣା ରହିଥିବା ସ୍ପଷ୍ଟ ହେଉଛି I

ଅପରପକ୍ଷରେ ସୌମ୍ୟଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଓକିଲ ବିଦ୍ୟାଭାରତୀଙ୍କ ଗିରଫ ଦାବି କରିଛନ୍ତି I

LEAVE A REPLY

Please enter your comment!
Please enter your name here